April 22, 2025

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଦୁବାଇରୁ ଛୁଟିଲା ନିବେଶରଙ୍କ ସୁଅ, ବିଭିନ୍ନ କ୍ଷେତ୍ରରେ ନିବେଶ ହେବ ୨୧ ହଜାର କୋଟି

ଭୁବନେଶ୍ୱର: ଦୁବାଇ ଇନଭେଷ୍ଟର୍ସ ମିଟରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଛୁଟିଲା ନିବେଶକଙ୍କ ସୁଅ । ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ରାଜ୍ୟରେ ପ୍ରାୟ ୨୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia