ନିବେଶକଙ୍କୁ ନିମନ୍ତ୍ରଣ ପାଇଁ ମଙ୍ଗଳବାରଠୁ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୧୩ ତାରିଖ (ମଙ୍ଗଳବାର)ଠୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ମେକ୍ ଇନ୍ ଓଡ଼ିଶା-୨୦୨୨’ କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ’ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସେଠାରେ ନିବେଶକଙ୍କୁ ଭେଟିବ ।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia