April 23, 2025

ଜଳୁଛି ଓଡିଶା: ଆଜି ବି ୪୪ ଡିଗ୍ରୀ ଉପରେ ୪ ସହର, ସୋନପୁର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲିଟିଛି ସୋନପୁର । ସେହିପରି ଅଧିକାଂଶ ପ୍ରମୁଖ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଉଛି। ୪୪ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରହିଛି । ସୋନପୁରରେ ସର୍ବାଧିକ ୪୪.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia